ଦଶପଲ୍ଲା: ମଧୁପୁର ଗ୍ରାମରେ ରକ୍ତ ହୀନତା ଜନିତ ରୋଗରେ ଯୁବକଙ୍କ ବିୟୋଗ
ଦଶପଲ୍ଲା ଥାନା ଡିହଗାଁ ପଞ୍ଚାୟତ ମଧୁପୁର ଗ୍ରାମର ଶଂକର ପ୍ରଧାନଂକ ପୁତ୍ର ସମୀର ପ୍ରଧାନ (୨୨ବର୍ଷ) କଂର ସୋମବାର ଦିନ ବିୟୋଗ ଘଟିଛି। ଘଟଣା ସମଗ୍ର ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି। ରକ୍ତହୀନତା ଜନିତ ରୋଗରେ ପଡି ସେ ମ୍ରୁତ୍ୟୁବରଣ କରିଥିବା ବେଳେ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୋଲିସ୍ ସୂତ୍ରରୁ ରାତି ୮ ଟା ସମୟରେ ପ୍ରକାଶ।