ବାରକୋଟ ଥାନା ଜାମ୍ବୁନାଳି ଗ୍ରାମରେ ନଡ଼ିଆ ଗଛରୁ ପଡି ଜଣେ ବ୍ୟକ୍ତି ମୃତ। ମୃତକ ସେହି ଗ୍ରାମର ଅଭି କିଷାନ (45) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ 12 ଟାରେ ଅଭି ତାଙ୍କ ଘର ପଛପଟେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବା ବେଳେ ଭାରସାମ୍ୟ ହରାଇ ପଡି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ପରିବାର ଲୋକ ଅଭିଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଦିନ ପ୍ରାୟ 3 ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।