ବରଗଡ: ବରଗଡ଼ ବିଧାୟକ ଭଟଲି ଛକ ଠାରେ ନିର୍ମାଣ ହେବାକୁ ଥିବା ଫ୍ଲାଏ ଓଭର ବ୍ରିଜର ଭିତ୍ତିପ୍ରସ୍ତର କଲେ ସ୍ଥାପନ
ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଭାରୀ ଯାନ ଚଳାଚଳକୁ କମ କରିବା ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ଫ୍ଲାଏ ଓଭର ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥାନୀୟ ଭଟଲି ଛକ ଠାରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି ।ସାଢେ ୨୬ କୋଟି ଟଙ୍କା ବ୍ୟୟ ବରାଦରେ ଏହି ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହେବ |ଆଗାମୀ ୨୦୨୭ ସୁଦ୍ଧା କାର୍ଯ୍ୟ ଶେଷ ହେବ ବୋଲି ବିଧାୟକ ଜଣାଇଛନ୍ତି |ଏହା ଦ୍ୱାରା ଟ୍ରାଫିକ ସମସ୍ୟା ଦୂର ହେବା ସହ ଜନସାଧାରଣ ସୁବିଧାରେ ଯାତାୟାତ କରିପାରିବେ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଜଣାଇଛନ୍ତି ।