କର୍ଲାମୁଣ୍ଡା ବ୍ଲକ ତେରେସିଂହାସ୍ଥିତ କୌଶିକ ବାବା ଡିଗ୍ରୀ କଲେଜର ନବାଗତ ଛାତ୍ରଛାତ୍ରୀ ଙ୍କ ଉଦ୍ଦେସ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମାନସ ରଞ୍ଜନ ବାଗ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତି ମୁଖ୍ୟଅତିଥି, ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର ମୁଖ୍ୟବକ୍ତା, ପରିଚାଲନା କମିଟି ସଭାପତି ବିବେକ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନେ କଲେଜର ଗୌରବ ବୃଦ୍ଧିରେ ଆଲୋଚନା କରିଥିଲେ।