ଭଟଲି ଦଧିବାମନ ମନ୍ଦିର ରେ ବକୁଳଲାଗି ହେବା ପରେ ଭକ୍ତଙ୍କ ପ୍ରବଳ ଭିଡ, ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ରଭଟଲି ଦଧି ବାମନ ମନ୍ଦିର ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରମ୍ପରା କ୍ରମେ ହୋଇ ଆସୁଥିବା ପୌଷ୍ୟ ମାସ ଅମାବାସ୍ୟାରେ ଆଜି ବକୁଳ ଲାଗି କରାଯାଇଛି।ବକୁଳ ଲାଗି ଅମାବାସ୍ୟା ଅବସରରେ ଦଧିବାମନ ମହାପ୍ରଭୁଙ୍କ ଦର୍ଶନ ରେ ଶ୍ରୀମନ୍ଦିର ରେ ଆଜି ସକାଳ ୧୦ ଟାରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଥିଲେ।ଏହିଅବସରରେ ମହାପ୍ରଭୁ ଙ୍କୁ ବିଭିନ୍ନ ଫୁଳ ରେ ସୁସଜ୍ଜିତ କରିବା ପରେ ଦୈନିକ ପୂଜା ନୀତି,ପହଡ଼ଭଙ୍ଗ, ଦ୍ୱାର ଫିଟା ନୀତି ଠାରୁ ଆରମ୍ଭ ହୋଇଥିଲା।