ବୀରମିତ୍ରପୁର: ପି.ଏମ.ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ପି.ଏମ.ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁର ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀ ବିଦ୍ୟାଳୟର ପ୍ରିନ୍ସିପାଲ ତନୁଜା ନନ୍ଦିନି ତନ୍ତୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜାତୀୟ ଯାନ୍ତ୍ରିକ ଶିକ୍ଷା ଅନୁଷ୍ଠାନ ରାଉରକେଲାକୁ ପରିଭ୍ରମଣ କରିଥିଲେ।ଶ୍ରୀଲେଖା ମହାନ୍ତି,ସୁଜାତା ମହାପାତ୍ର,ଗୋବର୍ଦ୍ଧନ ସମାସି,ସୁମନ୍ତ ଛତ୍ରିଆ,ଏନ ତିର୍କି,ମିନାକ୍ଷୀ ଏକ୍କା ପ୍ରମୁଖ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।