କଣ୍ଟାମାଳ: ମନମୁଣ୍ଡା ରୁ ଶଗଡା ଫୁର୍ତ୍ତରାସ୍ତା ରେ ଅନାବନା ଗଛ ନିତିଦିନ ଘଟୁଛି ଦୁର୍ଘଟଣା ଫୁର୍ତ୍ତବିଭାଗ ଦୃଷ୍ଟି ଦେବାକୁ ଦାବି
ଅନାବନା ଗଛଲତା ପାଇଁ ବଢୁଛି ଦୁର୍ଘଟଣାରାସ୍ତା କଡରେ ଥିବା ଅନାବନା ଗଛଲତା ପାଇଁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି | ସୂଚନା ଅନୁସାରେ ମନମୁଣ୍ଡା ଶଗଡା ପୂର୍ତ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଅନାବନା ଗଛଲତା ସବୁ ଥିବାରୁ ଅନେକ ଦୁର୍ଘଟଣା ଘଟୁଥିବା ଜଣା ପଡିଛି | ଉକ୍ତ ରାସ୍ତାରେ ଅନେକ ବୁଲାଣି ରହି ଥିବା ବେଳେ ରାସ୍ତା କଡରେ ଅନାବନା ଗଛଲତା ସବୁ ଢାଙ୍କି ହେଉଥିବାରୁ ରାସ୍ତା ଦୃଶ୍ୟମାନ ହେଉନାହିଁ | ଯାହା ଫଳରେ ବୁଲାଣି ମାନଙ୍କରେ ଆଗରୁ ଆସୁଥିବା ଗାଡି ଦେଖା ଯାଉ ନ ଥିବାରୁ ଅନେକ ଛୋଟବଡ ଦୁର୍ଘଟଣା ଘଟୁଛି | ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ହେଉଥିବା