ଲାଞ୍ଜିଗଡ: କର୍ଲାପାଟ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଶୁକ୍ରବାର ଅକ୍ଟୋବର ୩୧ ତାରିଖ ସମଗ୍ର ଦେଶରେ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ତେଣୁ ଏହି ଅକ୍ଟୋବର ୩୧ କୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି।ଏହି ଅବସରରେ  କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପୋଲିସ ପକ୍ଷରୁ ସ୍ଥାନୀୟ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ମାରାଥନ ଦୌଡ ଏବଂ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜାତୀୟ ଏକତା ଶୀର୍ଷକକୁ ନେଇ ପ୍ରବନ୍ଧ ଏବଂ କ୍ବିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।