ସମ୍ବଲପୁର ମ୍ୟୁନିସିପାଲଟି: ଚାରଭାଟି ଅଞ୍ଚଳରେ ବେଆଇନ ଭାବରେ ନିଶା ଦ୍ରବ୍ୟ ବିକ୍ରି ଅଭିଯୋଗ, 2ଗିରଫ
ଚାରଭାଟି ଅଞ୍ଚଳରେ ବେଆଇନ ଭାବରେ ନିଶା ଦ୍ରବ୍ୟ ବିକ୍ରି କରାଯାଉଥିବାର ଖବର ପାଇ ଧନୁପାଲି ପୁଲିସ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ପୁଲିସ ଭୂତାପଡା ନିବାସୀ ମଜହର ଖାନ ଓ ଚାରଭାଟି ନିବାସୀ କାର୍ତ୍ତିକ ଓରାମ ନାମକ ୨ ଜଣ ଯୁବକଙ୍କୁ ଧରିଥିଲା । ଚେକିଂ ସମୟରେ ପୁଲିସ ସେମାନଙ୍କ ନିକଟରୁ ୪୦ଟି ନିଶା କଫ ସିରପ, ୩୫ ଲିଟର ଦେଶୀ ମଦ, ୧୧ ହଜାର ୪ ଶହ ଟଙ୍କା ଓ ଗୋଟିଏ ପଲସର ବାଇକ ଜବତ କରିଥିଲା । ଏଣୁ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ରବିବାର ଅପରାହ୍ନ ପ୍ରାୟ 4 ଟା ରେ ଅଦାଲତକୁ ଚାଲାଣ କରିଛି ବୋଲି ଧନୁପାଲି ପୁଲିସ କହିଛି