ଜମନକିରା ବ୍ଲକ ବଡରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟା ୫ ଟାରେ ଆୟୋଜିତ ହୋଇଥିବା ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ନାୟକ ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ର ଉଦ୍ଦେଶ୍ୟ ନେଇ ମତ ବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିଲେ