ସ୍ଥାନୀୟ ଟେକ୍ନୋ ଗୁରୁକୁଲ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ଯୋଗଦେଲେ ବିଧାୟକ ଜିଲ୍ଲାପାଳଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଟେକ୍ନୋ ଗୁରୁକୁଲ ର ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ପାଳିତ ହେଇଯାଇଛି, ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ,ପୌରପାଳିକା ର ନଗରପାଳ ଶ୍ରୀ କୁନୁ ନାୟକ,ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ, ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ହେଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ