ସଦର: ଭବାନୀପାଟଣାରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ବୈଠକ ଅନୁଷ୍ଠିତ, ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ
ଆଜି ଭବାନୀପାଟଣାରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୩ ପରୀକ୍ଷାରେ କୃତକର୍ଯ୍ୟ ହୋଇଥିବା ଆମ ଆଦିବାସୀ ପିଲାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜିର ଏହି ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଆଦିବାସୀ ଭାଇ ଓ ଭଉଣୀ ମାନେ ଯୋଗ ଦେଇ ଶିକ୍ଷା ଓ ସମାଜ ଗଠନରେ ଶିକ୍ଷାର ଭୂମିକା ଦିଗରେ ବିସ୍ତୃତ ଆଲୋଚନା କରିଥିଲେ।