କୁଚିଣ୍ଡା: ରାଜ୍ୟସ୍ତରୀୟ ଭୋଜପୁର ଗୁଦରାପଡ଼ାର ଜୟକୃଷ୍ଣ ଗର୍ଡିଆଙ୍କ କୃତିତ୍ୱ, ଶୁଭେଛା ଜ୍ଞାପନ କଲେ ମନ୍ତ୍ରୀ
ଭୁବନେଶ୍ୱର ଠାରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ୟୋନେକ୍ସ ଅଣ୍ଡର ସେଭେଣ୍ଟିନ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ବୋଏ ଡବଲରେ ଗୁଦରାପଡ଼ାର ଜୟକୃଷ୍ଣ ଗର୍ଡିଆ ଙ୍କ ଯୋଡ଼ି ଚମ୍ପିୟାନ ହୋଇଥିବା ଜଣାପଡିଛି। ସୌମ୍ୟଜିତ୍ ସାହୁ ଓ ବିଭୁଦତ୍ତ ଙ୍କ ଯୋଡ଼ିକୁ ପରାସ୍ତ କରି ଜୟକୃଷ୍ଣ ଗର୍ଡ଼ିଆ ଓ ବାପୁନ୍ ରାଉତଙ୍କ ଯୋଡ଼ି ବିଜେତା ହୋଇଛି। ସେମାନେ ଆସନ୍ତା ଡ଼ିସେମ୍ବର ମାସ ରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନିତ ହୋଇଛନ୍ତି। ମନ୍ତ୍ରୀ ରବି ନାରାୟଣ ନାଏକ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ଅଞ୍ଚଳବାସୀ ତାଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି।