ଚଳିତ ମାସ ୧୦ମ ସର୍ବ ଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର ଚାମ୍ପିୟନସିପ - ୨୦୨୫ ଶ୍ରୀନଗର ଠାରେ ଆୟୋଜିତ ହୋଇଥିଲା । ଏଥିରେ ଓଡିଶା ପୁଲିସ ପକ୍ଷରୁ ସମ୍ବଲପୁର ଜିଲାରେ କାର୍ଯ୍ୟରତ କନେଷ୍ଟବଳ ତପସ୍ୱିନୀ ପଟେଲ ‘ପେନଚାକ ସିଲାଟ’ ବର୍ଗ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସର୍ବଭାରତୀୟ ସ୍ତରରେ ଆୟୋଜିତ ଏହି ପ୍ରତିଯୋଗିତାରେ ତପସ୍ୱିନୀ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ତାଙ୍କର ଏହି କୃତୀତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଭୁବନେଶ୍ୱର ଠାରେ ସମ୍ମାନୀତ କରିଥିବା ବେଳେ ସମ୍ବଲପୁରକୁ ଆସିବା ପରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ମଧ