ଦେବଗଡ: ବଳମ ଗ୍ରାମରେ ଜାଗୃତି କ୍ଲବ ଦୁର୍ଗାପୂଜା କମିଟୀ ପକ୍ଷରୁ ରକ୍ତଦାନ ଶିବିରରେ ୪୬ ୟୁନିଟ ରକ୍ତ ସଂଗ୍ରହ, ଯୋଗଦେଲେ ବିଧାୟକ
ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଳମ ଗ୍ରାମରେ ସ୍ଥାନୀୟ ଜାଗୃତି କ୍ଲବ ଦୁର୍ଗାପୂଜା କମିଟୀ ପକ୍ଷରୁ ରବିବାର ଦିନ ପ୍ରାୟ ୨ ପର୍ଯ୍ୟନ୍ତ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଳମ ଦୁର୍ଗାପୂଜାର ରୌପ୍ୟ ଜୟନ୍ତୀ ଅବସରରେ କ୍ଲବ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଜାଗୃତି କ୍ଲବ ଦୁର୍ଗାପୂଜା କମିଟୀର ସଭାପତି ରଞ୍ଜିତ କୁମାର ପ୍ରଧାନ ଓ ସମ୍ପାଦକ ସଞ୍ଜୀବ କୁମାର ଶତପଥିଙ୍କ ନେତୃତ୍ୱ ଏବଂ କ୍ଷେତ୍ରବାସୀ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଅତିଥି ଭାବେ ଡାକ୍ତର ପଂଚାନନ ବେହେରା ଫିତାକାଟି ଉଦଘାଟନ କରିଥିଲେ ।