ଅନୁଗୋଳ: ସାନକେରଜାଙ୍ଗ ଗ୍ରାମରେ ଶୁଖୁଆ ମାଛ ଭାଜିବା ବେଳେ ନିଆଁରେ ପୋଡି ହୋଇ ମହିଳା ଗୁରୁତର
Anugul, Angul | Dec 14, 2025 ପୋଡ଼ି ହୋଇ ଜଣେ ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ନିଶା ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗ୍ରାମର ରବି ପଟ୍ଟନାୟକ ଙ୍କ ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକ (୫୦) ଘରେ କୋଇଲା ଚୁଲାରେ ଶୁଖୁଆ ଭାଜୁଥିବା ବେଳେ ଲୁଗାରେ ନିଆଁ ଲାଗି ଯାଇଥିଲା ଯାହା ଫଳରେ ସେ ଗୁରୁତର ହୋଇ ଯାଇଥିଲେ ଘର ଲୋକେ ୧୦୮ ରୋଗୀ ବୁହା ଗାଡ଼ି ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ତାଙ୍କ ଶରିର ର ୪୦ ପ୍ରତି ସତ ପୋଡ଼ିଯାଇଥିବା ଜଣାପଡିଛି ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।