ରାଉରକେଲା ବିମାନ ଦୁର୍ଘଟଣାରେ ଜଣେ ଗୁରୁତର ଆହତଙ୍କ ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ଶନିବାର ଅପରାହ୍ନ ୪ ଘଣ୍ଟା ୨୩ ମିନିଟ ସମୟରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ସୁଶାନ୍ତ କୁମାର ବିଶ୍ବାଳ । ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ତାଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରିବା ପାଇଁ ବ୍ୟବସ୍ଥା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।