ଦେବଗଡ: ପ୍ରଭାସୁଣୀ ଗ୍ରାମରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ, ଯୋଗଦେଲେ ବିଧାୟକ ଏବଂ ବରିଷ୍ଠ ନେତା
ତିଲେଇବଣି ବ୍ଲକ ପ୍ରଭାସୁଣୀ ଗ୍ରାମରୁ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି । ଆଜି ଠାରୁ ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ବିଜେଡିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପର୍ଯ୍ୟାୟକ୍ରମେ ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସମ୍ପର୍କ ପଦଯାତ୍ରା କରାଯାଇ ବିଜେଡି ଲୋକଙ୍କ ନିକଟରେ ପହଂଚିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଦେବଗଡ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା ।