ଅତାବିରା: ରେଙ୍ଗାଲିକେମ୍ପରେ କାଳୀ ପୂଜା
ରେଙ୍ଗାଲିକେମ୍ପରେ କାଳୀ ପୂଜା ଅତାବିରା ବ୍ଲକ ଅଧିନ ରେଙ୍ଗାଲିକେମ୍ପ କେନାଲ କଲୋନୀରେ ସୋମବାର ଦିନ ପାରମ୍ପରିକ ରିତିନୀତି ଅନୁସାରେ ମହାସମାରୋହରେ କାଳୀପୂଜା ପାଳିତ ହୋଇଯାଇଛି |ରେଂଗାଲିପାଲି ଗ୍ରାମ,କୁଡାପଡା,ମିଲ ପଡା,ଦାସ ପଡା,ତାଜଟିକ୍ରା,ଦେବାହାଲ ଗ୍ରାମରୁ ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜୁଗାର ଆଣି ମାଁ କାଳୀଙ୍କ ନିକଟରେ ଅର୍ପଣ କରାଯାଇଥିଲା |ଏଥର ପୂଜା କର୍ତ୍ତା ଦାୟିତ୍ବ ତୁଲାଇଥିଲେ କେନାଲ ବିଭାଗୀୟ ଯନ୍ତ୍ରୀ ଦିବ୍ୟଶଙ୍କର କୁଅଁର ଓ ତାଙ୍କ ପତ୍ନୀ ଦୀପାଞ୍ଜଳୀ କୁଅଁର,ପଣ୍ଡିତ ଅଚ୍ୟୁତାନନ୍ଦ ଶତପଥି ଓ କାହ୍ନୁଚରଣ ମହାପାତ୍ର ପୂଜାକାର୍ଯ୍ୟ ପରିଚାଳନ କରିଥିଲେ