ମାହାଙ୍ଗା: ନିଶ୍ଚିନ୍ତକୋଇଲି ବଜାରରେ ବିଜେଡି ପକ୍ଷରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ବିଧାୟକ।
ନିଶ୍ଚିନ୍ତକୋଇଲି ବଜାରରେ ବିଜେଡି ପକ୍ଷରୁ ଆୟୋଜିତ ଜଳଛତ୍ରକୁ ଉଦ୍ଘାଟନ କଲେ ବିଧାୟକ। ଆଜି ବୁଧବାର ଅପରାହ୍ନରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ବିଜେଡି ପକ୍ଷରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷ୍ୟା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା, ବିଜେଡି ବ୍ଳକ ସଭାପତି ରମାକାନ୍ତ ମହାନ୍ତି ପ୍ରମ୍ମୁଖ ଯୋଗଦେଇଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ଉପଲକ୍ଷେ ବିଜେଡି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ନେଇ ବିଧାୟକ ପ୍ରକାଶ କରିଥିଲେ।