ସମ୍ବଲପୁରର ସମୃଦ୍ଧ ସାହିତ୍ୟ, ଅନନ୍ୟ ସଂସ୍କୃତି ଏବଂ ଲୋକକଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଦିଗରେ ‘ସମ୍ବଲପୁର ଲୋକ ମହୋତ୍ସବ-୨୦୨୬’ର ଆୟୋଜନ ପ୍ରଶଂସନୀୟ । ସମ୍ବଲପୁରର ସଂସ୍କୃତି ହେଉଛି 'ମାଟିର ସଂସ୍କୃତି' । ଏଠାକାର ତିହାର୍, ପରବ୍ ଆଉ ଲୋକକଳା କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଆମର ପରିଚୟ । ‘ସମ୍ବଲପୁର ଲୋକ ମହୋତ୍ସବ' ହେଉଛି ଆମର ସେହି ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ । ‘ସମ୍ବଲପୁର ଲୋକ ମହୋତ୍ସବ’ ମାଧ୍ୟମରେ ଆମର କଳା, ସଂସ୍କୃତି ଓ ପରମ୍ପରାକୁ ଉଜାଗର କରୁଥିବାରୁ ମୁଁ ଓଡ଼ିଶା ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ସଂସ୍କୃତି