ସୋମବାର ମଧ୍ୟରାତ୍ରୀରେ ତାଲମୁଣ୍ଡା ଗ୍ରାମର ପ୍ରକାଶ ନାଏକ ଓ ତାଙ୍କ ସ୍ତ୍ରୀ ଝିଲି ନାଏକ ଘରେ ଶୋଇ ଥିବା ବେଳେ ୫ ଜଣ ମୁଖା ପିନ୍ଧା ଦୃର୍ବୁତ୍ତ ତାଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶି ଯାଇଥିଲେ। ସେମାନେ ପ୍ରକାଶ ଓ ଝିଲିଙ୍କ ହାତଗୋଡ ବାନ୍ଧିଦେଇ ଘରେ ରଖିଥିବା ୭ ଲକ୍ଷ ଟଙ୍କା ସମେତ ସେମାନେ ପିନ୍ଧି ଥିବା ସୁନା ଗହଣା ଓ ଗୋଡରେଜ ରେ ଥିବା ପ୍ରାୟ ୧୫ ଭରି ରୁ ଅଧିକ ସୁନା ଗହଣା ନେଇ ଫେରାର ମାରିଥିଲେ। ମଙ୍ଗଳବାର ଦିନ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।