ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ ଉଦ୍ଭିଦ ବିଜ୍ଞାନ, ଭୂତତ୍ତ୍ବ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ' ଜୈବ ବିବିଧତା ପାଇଁ ଆଣବିକ ଓ ଭୂତାତ୍ତ୍ବିକ ଚିନ୍ତାଧାରା ' ବିଷୟକ ଶୀର୍ଷକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦ୍ ଘାଟନୀ ଦିବସରେ ପୈ।ରୋହିତ୍ୟ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଲଳିତ ରଂଜନ ସାହୁ । ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ପ୍ରଫେସର ଚିତ୍ତ ରଞ୍ଜନ ସାହୁଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଡି ଏଫଓ ଯୋଗ ଦେଇଥିଲେ।