ଅନୁଗୋଳ: ସୁରାବ ଗ୍ରାମରେ ପୋଲିସ ୭୦ ବର୍ଷୀୟ ବୃଦ୍ଧଙ୍କୁ ଟଣା ଓଟରା କରି ଧକ୍କା ମାରିବାରୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Anugul, Angul | Oct 31, 2025 ଅନୁଗୋଳ ବ୍ଲକ ସଦର ଥାନା ଅନ୍ତର୍ଗତ ସୁରାବ ଗ୍ରାମରେ ପୋଲିସ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ସୁରାବ ଗ୍ରାମର ରାଜ କିଶୋର ସାହୁ (୭୦) ବାପ ଅଜା ଅମଳରୁ ତାଙ୍କ ଘର ଡିହ ପାଖରେ ଥିବା ସରକାରୀ ଜାଗାରେ ଘର କରି ରହୁଛନ୍ତି।ରାଜ କିଶୋରଙ୍କ ଘର ପଛ ପାଖରେ ଜଣେ ବ୍ୟକ୍ତି ଜାଗା କିଣିଛନ୍ତି। ସେହି ଜାଗାକୁ ଯିବା ପାଇଁ ରାଜକିଶୋର ଦଖଲ କରିଥିବା ସରକାରୀ ଜାଗା ଦେଇ ଯିବାକୁ ହେବ। ଫଳରେ ରାଜସ୍ବ ନିରୀକ୍ଷକ ଓ ଅନୁଗୋଳ ସଦର ପୋଲିସ ପହଞ୍ଚି ଜୋର୍ ଜବର ମେସିନ ଲଗାଇ ଘର ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏନେଇ ତାଙ