'ଅପରେସନ ସିନ୍ଦୁର'କୁ ନେଇ ଏକ ଅଭିନବ ଶୈଳୀରେ ସମ୍ବଲପୁରୀ ଶାଢି ପ୍ରସ୍ତୁତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି କିଛି ବୁଣାକାର ସାକ୍ଷାତ କରି ଦେଖାଇଛନ୍ତି l ଏହି ଶାଢ଼ୀ କୁ ଦେଖିବା ପରେ ସମ୍ବଲପୁରର ପ୍ରସିଦ୍ଧ ବୁଣାକାର ଗୌତମ ମେହେର, ଡିଜାଇନର ମହେଶ୍ବର ମେହେର ଓ ପ୍ରୋତ୍ସାହକ ଶାସ୍ୱତ କୁମାର ତ୍ରିପାଠୀଙ୍କୁ କେନ୍ଦ୍ରମନ୍ତ୍ରୀ ସାକ୍ଷାତ କରିବା ସହ ତାଙ୍କୁ ଏଭଳି କାର୍ଯ୍ୟ ପାଈଁ ପ୍ରଶଂସା କରିଥିଲେ l ସେମାନେ 'ଅପରେସନ ସିନ୍ଦୁର'କୁ ନେଇ ଏକ ଅଭିନବ ଶୈଳୀରେ ଶାଢ଼ୀ ଟି ବୁଣି ଥିବାରୁ ଦେଶ ତଥା ଦେଶର ଯବାନ ମାନଙ୍କ ପାଈଁ ଏହା ଏକ ଉତ୍ସାହ ର କାର୍ଯ୍ୟ ବୋଲି କହିଥିଲେ l