ରାଉରକେଲା ଏସିଏଫ, ବନ ବିଭାଗ ଅଧିକାରୀ ଏବଂ ରେଲୱେ କର୍ମଚାରୀ ମିଳିତ ଭାବେ ଗୁରୁବାର ଅପରାହ୍ନରେ ମହୀପାଣି ରେଲୱେ ଷ୍ଟେସନ ନିକଟରେ ହାତୀ ଚଳ ପ୍ରଚଳ ସ୍ଥାନର ଚିହ୍ନଟ ସହ ସମୀକ୍ଷା କରିଛନ୍ତି। ରେଳପଥ ଅଧୀନ ରେଳ ଲାଇନରେ ହାତୀ ମୃତ୍ୟୁ ହ୍ରାସ ଦିଗରେ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ହାତୀ ଚଳପ୍ରଚଳ, ଯାତାୟାତ ଅଞ୍ଚଳ ଓ ହାତୀ କରିଡର ଭଳି ସମ୍ବେଦନଶୀଳ ସ୍ଥାନରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ ପାଇଁ ରେଲୱେ ତରଫରୁ ପଦକ୍ଷେପ ନିଆଯାଉଛି।