କୁଚିଣ୍ଡା: କେଶାଇବାହାଲ ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ଦିବ୍ୟାଙ୍ଗଙ୍କ ସମେତ ୨ ଜଣ ଆହତ
ବାମରା ବ୍ଲକ ଅନ୍ତର୍ଗତ ପାରିମୁଣ୍ଡା ନିକ୍ତିମାଲ ଗ୍ରାମର ସାଗର ନାଏକ ଓ ରାଉରକେଲା ର ଦିବ୍ୟାଙ୍ଗ ପ୍ରମୋଦ ମଣ୍ଡଳ ଏକ ବାଇକ୍ ଯୋଗେ ରବିବାର ସନ୍ଧ୍ୟାରେ ଶାଲୋହି ଗ୍ରାମ କୁ ଯାଇ ଫେରୁଥିବା ବେଳେ କେଶାଇବାହାଲ ଠାରେ ବାଇକ୍ ଚକ ତଳେ କୁକୁର ପଶିଯିବାରୁ ସେମାନେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଫଳରେ ଉଭୟ ଯୁବକ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ସୁନ୍ଦରଗଡ କୁ ସ୍ଥାନାନ୍ତରିତ କରାଯାଇଛି।