ଜୁଆ ଖେଳିଲେ ଏବେ ଜେଲ୍ ଯିବାକୁ ପଡିବ ନାହିଁ କିମ୍ବା ପୋଲିସ୍ ଗିରଫ କରି ପାରିବ ନାହିଁ। କେବଳ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଏପରି ବିଧେୟକ ଆଣି ଛନ୍ତି ରାଜ୍ୟ ସରକାର। ୧୯୫୫ ରୁ ଚାଲିଥିବା ୩ ଓପିଜି ଆକ୍ଟ କୁ ସଂଶୋଧନ କରାଯାଇଛି। ତେବେ ଜରିମାନା କିପରି ଦିଆଯିବ , କେଶ୍ ଫ୍ରେମ୍ କିପରି ହେବ। ନୂତନ ଆଇନ୍ ବଳରେ ଜୁଆ ଖେଳକୁ ପ୍ରିଭେଣ୍ଟ କରି ହେବ କି ନାହିଁ। ଗୁରୁବାର ପୂର୍ବାହ୍ନରେ ଏ ବାବଦରେ ରାଉରକେଲା ଠାରେ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲାର ବରିଷ୍ଠ ଆଇନଜୀବି ସତ୍ୟ ଶର୍ମା।