ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ର ଉପ ସଭାପତି ହେଲେ ରଘୁମଣି ପଟେଲ l ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ସ୍ଵାକ୍ଷରିତ ଏକ ପତ୍ର ଶଙ୍ଖ ଭବନ ରୁ ଆଜି ଜାରି ହୋଇଛି l ଝାରସୁଗୁଡା ଜିଲ୍ଲା ବିଜେଡି ର ଉପ ସଭାପତି ରଘୁମଣି ପଟେଲ ହେବାନେଇ ଆଜି ସନ୍ଧ୍ୟା ୭ ଟା ୩୦ ରେ ପ୍ରଚାରିତ ହେବା ପରେ ବିଜୁ ଜାଣତ ଦଳ କର୍ମୀ ଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l ଶଙ୍ଖ ଭବନ ରୁ ଆଜି ଜାରି ହୋଇଥିବା ଚିଠି ରେ ୭ ଜଣ ଉପ ସଭାପତି, ୪ ଜଣ ସାଧରଣ ସମ୍ପାଦକ, ଜଣେ କୋଷାଧକ୍ଷ ଏବଂ ୧୫ ଜଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ