ବୌଦ୍ଧ ସଦର: ବୌଦ୍ଧ ସହରର ଗାୟତ୍ରୀ ପୀଠ ଠାରେ ୧୦୮ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲାର ସରସରା ପଞ୍ଚାୟତ ମାଉଲସିଙ୍ଗା ଠାରେ   ଆସନ୍ତା ଡିସେମ୍ବର ୨୫ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ  ହେବାକୁ ଥିବା ରାଷ୍ଟ୍ର  ଶୋର୍ଯ୍ୟ ସମୃଦ୍ଧି ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର, ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ପ୍ରସ୍ତୁତି ବୈଠକ ବୌଦ୍ଧ  ଗାୟତ୍ରୀ ଶକ୍ତି ପୀଠ ଠାରେ ଯଜ୍ଞ କମିଟିର  ମୁଖ୍ୟ  ଡ଼ଃ ପ୍ରବୀର କୁମାର ଦାସ ଙ୍କ ଅଧ୍ୟକ୍ଷତାରେ  ମଧ୍ୟାନ୍ହ ୧୨ଟା ସମୟରେ ଅନୁଷ୍ଠିତ ହୋଇଯାଇଛି  ।