ଅନୁଗୋଳ: ସାହାରାଗୋଡା ପାହାଡ଼ରେ ପଥର ସନ୍ଧିରେ ଫସି ରହିଲା କୁକୁର; ତିନି ଘଣ୍ଟା ପରିଶ୍ରମ କରି କୁକୁରକୁ ଉଦ୍ଧାର କରି ମତ ରଖିଲେ ଅଗ୍ନିଶମ ଅଧିକାରୀ
Anugul, Angul | Sep 29, 2025 ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ସାହାରାଗୋଡା ପାହାଡ଼ରେ ଗତ କାଲି ଠାରୁ ଗୋଟିଏ କୁକୁର ଖାଦ୍ୟ ଅନ୍ୱେଷଣରେ ଯାଇ ପଥର ସନ୍ଧିରେ ଫସି ରହିଥିଲା। ଯାହା ଫଳରେ କୁକୁରର ଗର୍ଜନ ଶୁଣି ଆଜି ସକାଳେ ବନ ବିଭାଗର କର୍ମଚାରୀଙ୍କୁ ସ୍ଥାନୀୟ ଲୋକମାନେ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତିନି ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି କୁକୁରକୁ ଉଦ୍ଧାର କରିଥିଲେ।