ଦେବଗଡ: ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ପ୍ରଦାନ ଦାବିରେ ଯୁବ ସମାଜସେବୀଙ୍କ ଅନଶନ
ଦେବଗଡ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜଣାଶୁଣା ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ଆଜିଠାରୁ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି । ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ସହିତ ଆଖିଦୃଷ୍ଟିଆ ପଦକ୍ଷେପ ନିଆନଯିବା ପର୍ଯ୍ୟନ୍ତ ସେ ଅନଶନ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦେବଗଡ ସହରର ଛାତି ଉପରେ ଥିବା ବେଳେ ଗତ କିଛି ମାସ ହେଲା ସହର ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ନିର୍ମାଣ ହୋଇଥିବା ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି ।