ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ : ଖପୁରିଆପଦା ଗ୍ରାମର ଯୁବକ ନିଖୋଜ ନେଇ ଥାନାରେ ଅଭିଯୋଗ
ଯୁବକ ନିଖୋଜ ଭଣ୍ଡାରିପୋଖରୀ ବ୍ଲକ ଵନ୍ଦାଳମଢିଆଳି ଗ୍ରାମପଞ୍ଚାୟତ ଖପୁରିଆପଦା ଗ୍ରାମର ଜୈନିକ ଯୁବକ ଚାରି ଦିନ ହେବ ନିଖୋଜ ଥିବା ପୋଲିସ ନିକଟରେ ସୋମବାର ସନ୍ଧ୍ୟାରେ ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର ନବୀନ କୁମାର ସାହୁ ରାଜସ୍ଥାନର ଏକ ଘରୋଇ କମ୍ପାନୀରେ ଚାକିରୀ କରିଛନ୍ତି।ସେ ଗତ ୧୯ତାରିଖ ଦିନ କାର୍ଯ୍ୟ ସ୍ଥଳୀକୁ ଯିବା ପାଇଁଁ ଘରୁ ରେଲୱେ ଷ୍ଟେସନକୁ ଆସିଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ଯୁବକଙ୍କ ବିଷୟରେ କୌଣସି ସନ୍ଧାନ ମିଳିନଥିବା ବେଳେ ଏନେଇ ମା ମିନାକ୍ଷୀ ସାହୁ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।