ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅତିରିକ୍ତ କୋଚ୍ ସଂଯୋଗ । ସମ୍ବଲପୁର, ୨୫/୧୧: ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ପରିଚାଳନା କରିବା ଏବଂ ଅଧିକ ଯାତ୍ରା ଆରାମ ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇ ସମ୍ବଲପୁର-ଇରୋଡ୍-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ଏବଂ ସମ୍ବଲପୁର-ନାନ୍ଦେଡ୍-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍ ରେ ଅସ୍ଥାୟୀ ଭାବରେ କୋଚ୍ ସଂଖ୍ୟାରେ ବୃଦ୍ଧି କରିଛି । ଟ୍ରେନ୍ ନମ୍ବର ୦୮୩୧୧ ସମ୍ବଲପୁର-ଇରୋଡ୍ ସ୍ୱତନ୍ତ୍ର ଟ୍ରେନ ରେ ୨୬ ନଭେମ୍ବର ୨୦୨୫ ଦିନ ଗୋଟିଏ ଅତିରିକ୍ତ ସ୍ଲିପର୍ କୋଚ୍ ସଂଯୋଗ କରାଯିବ ଏବଂ ଟ୍ରେନ୍ ନମ୍ବର ୦୮୩୧୨ ଇରୋଡ୍-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ର