ସୁନ୍ଦରଗଡ ସହର: ସୁନ୍ଦରଗଡ଼ ସଦର ବ୍ଲକ୍ ମସ୍ନିକାନୀ ଗାଁ କଲ୍ୟାଣ ସମିତି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ
ସୁନ୍ଦରଗଡ ଶୁକ୍ରବାର ଦିନ ଏଗାରଟା ସମୟରେ ସୁନ୍ଦରଗଡ଼ ସଦର ବ୍ଲକ୍ ମସ୍ନିକାନୀ ଗାଁ କଲ୍ୟାଣ ସମିତି ତରଫରୁ ବିଶ୍ବ ମହିଳା ଦିବସ ଅନୁଷ୍ଠିତ ହୋଇଛି। ଆଶାକର୍ମୀ ସୁଜାତା ନାଏକ ଓ ଅଙ୍ଗନବାଡ଼ିକର୍ମୀ ଚନ୍ଦ୍ରକାନ୍ତି ପଟେଲଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାରୀ ଶକ୍ତି ବିଷୟରେ ଆଲୋଚନା କରାଯାଇଥିଲା। ଏହା ପରେ ଆୟୋଜିତ ମ୍ୟୁଜିକ ଚେୟାର, ଝୋଟି ପ୍ରତିଯୋଗିତା, କଳସ ଓ ଗୀତ ପ୍ରତିଯୋଗିତା, ସ୍ବାସ୍ଥ୍ୟ ସମ୍ପର୍କିତ ସାଧାରଣଜ୍ଞାନ ପ୍ରତିଯୋଗିତାର କୃତୀ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା।