ବାଲୁଗାଁ: ଚିଲିକା ମଝିରେ ଫସିଲା ବନ ବିଭାଗର ପେଟ୍ରୋଲିଂ ଡଙ୍ଗା
ଆଜି ଚିଲିକା ମଝିରେ ଫସି ରହିଥିଲା ବନ ବିଭାଗର ପେଟ୍ରୋଲିଂ ଡଙ୍ଗା । ପେଟ୍ରୋଲିଂ ଡଙ୍ଗାରେ ଥିବା ବନ ବିଭାଗର ୪ କର୍ମଚାରୀ ୨ ଘଣ୍ଟା ଧରି ଚିଲିକା ମଝିରେ ଫସି ରହିଥିଲେ | ସୂଚନା ଅନୁଯାୟୀ, ଜହ୍ନିକୁଦା ଘାଟରୁ ଆଜି ଚିଲିକା ମଧ୍ୟରେ ଥିବା ଡଲଫିନ୍ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ପେଟ୍ରୋଲିଂ ଡଙ୍ଗା ବାହାରିଥିଲା | କିଛି ରାସ୍ତା ଅତିକ୍ରମ କରିବା ପରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଡଙ୍ଗାଟି ଚିଲିକା ମଝିରେ ଫସି ରହିଥିଲା । ଏଥିରେ ଥିବା ସମସ୍ତ ୪ ଜଣ କର୍ମଚାରୀ ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ ବିଭାଗର ବୋଲି ଜଣାପଡ଼ିଛି ।