ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ 'ମୋ ଖତ' ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ବୁଧବାର ପୂର୍ବାହ୍ନରେ ଏହାର ଶୁଭାରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ମୂଲ୍ୟ କେଜି ପ୍ରତି ୧୦ ଟଙ୍କା ମୂଲ୍ୟରେ ସହରରେ ଥିବା ସମସ୍ତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରରେ ଏହି ଖତ ବିକ୍ରୟ କରାଯାଉଛି।