ସମ୍ବଲପୁର ରେ ପ୍ରବଳ ଥଣ୍ଡା କୁ ଆଖି ଆଗରେ ରଖି ଆଜି ଠେମରା ଅଞ୍ଚଳରେ ସମ୍ବଲପୁର ସହରର ଏକ ଅନୁଷ୍ଠାନ କମ୍ବଳ ପ୍ରଦାନ କରିଛନ୍ତି l ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାସ ପରିବାର ପକ୍ଷରୁ ଠେମରା ଗ୍ରାମରେ ଏହି କମ୍ୱଳ ବଣ୍ଟନ କରାଯାଇଛି । ଠେମରା ଗ୍ରାମରେ ଦୁଇ ଦିନ ଧରି ମକର ମେଳା ଆୟୋଜିତ ହେଉଛି l ଏହି ଅବସରେ ମେଳା ଦେଖିବାକୁ ଆସିଥିବା ଓ ଗ୍ରାମର ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ କମ୍ୱଳ ପ୍ରଦାନ କରାଯାଇଥିଲା ।