ସମବାୟ ସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କଣ୍ଢଳ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ଚଳିତ ବର୍ଷ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଦେବଗଡ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ଆଜି ସନ୍ଧ୍ୟା ୭ ଟାରେ ଏନେଇ ସପୃକ୍ତ ବିଭାଗ ପକ୍ଷରୁ ପ୍ରେସ ବିବୃତୀରେ ସୂଚନା ଦିଆଯାଇଛି । ଏହି ସଫଳତା ନିମନ୍ତେ ରାଜ୍ୟ ସମବାୟ ବିଭାଗ ଆନୁକୂଲ୍ୟରେ ଭୂବନେଶ୍ୱର ଜୟଦେବ ଭବନ ଠାରେ ଆଜି ଆୟୋଜିତ ୭୨ ତମ ରାଜ୍ୟ ସ୍ତରୀୟ ନିଖିଳ ଭାରତୀୟ ସମବାୟ ସପ୍ତାହ ତଥା ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।