କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡୋକଟା ଠାରେ ୩୫ ତମ ଭବ୍ୟ ଧନୁଯାତ୍ରା ମହୋତ୍ସବ ବୁଧବାର ରାତିରେ ଉଦଘାଟିତ ହୋଇ ଯାଇଛି। ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଅନ୍ୟତମ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଖଣ୍ଡକଟା ଧନୁଯାତ୍ରା ର ଐତିହାସିକ ପୃଷ୍ଠଭୂମି ନେଇ ମତ ବ୍ୟକ୍ତ କରିବା ସହ କଳାକାର ମାନ ଉତ୍ସାହିତ କରିଥିଲେ।