ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସ୍ଥିତ ସ୍ନାତକ ମହାବିଦ୍ୟାଳୟ ରେ ଆଜି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା ଙ୍କର ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ରେ ନର୍ସିଂ କଲେଜ ର ଚେୟାରମେନ ଡଃ ଅରୁଣ କୁମାର ନାୟକ ଅଂଶଗ୍ରହଣ କରିଥିଲେ।