ଭୋଗରାଇ: ସୋହରିଆ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ବିଇଓ ଓ ବିଡ଼ିଓ
ଭୋଗରାଇ ବ୍ଳକ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇ ଯାଇଛି । ଏଥିରେ ବ୍ଲକ ଅଧୀନରେ ୮୭୫ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବିଭିନ୍ନ ସ୍ତରରୁ ୩୫ଜଣ ଜିଲ୍ଲାକୁ ମନୋନୀତ ହୋଇଥିବା ଜଣ ପଡିଛି । ସୋହରିଆ ହର ପ୍ରସାଦ ଉ.ପ୍ର ବିଦ୍ୟାଳୟ ପରିସରରେ ଏନେଇ ଆୟୋଜିତ ଉଦଘାଟନୀ ସଭାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିହାର ରଞ୍ଜନ ଦାସ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭୋଗରାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ମହାରଣା ଯୋଗଦେଇ ପାଠ ଛଡା ଅନ୍ୟ ଦିଗରେ ଦକ୍ଷତା ଥିଲେ ସଫଳତାକୁ ଛୁଇଁ ହେବ ବୋଲି କହିଥିଲେ ।