ଘସିପୁରା ବ୍ଲକର ଦୁଇ ବରିଷ୍ଠ ଶିକ୍ଷକ ଶ୍ରୀ ଉପେନ୍ଦ୍ର ନାଥ ସାହୁ ଓ ଶ୍ରୀ ରଜତ କୁମାର ଚାନ୍ଦ୍ ଙ୍କୁ ରୋଟାରୀ ଇଣ୍ଟରନେସନାଲ୍ ମାର୍ଗଦର୍ଶନରେ ଚାଲୁଥିବା ରୋଟାରୀ କ୍ଲବ ଅଫ୍ ଭୂବନେଶ୍ବର କଳିଙ୍ଗ ତରଫରୁ ସମ୍ମାନ ଜନକ ରାଷ୍ଟ୍ର ନିର୍ମାତା ସମ୍ମାନରେ ସମ୍ମାନୀତ କରାଯାଇଛି। ଉଭୟଙ୍କୁ ରୋଟାରୀ ଇଣ୍ଟରନେସନାଲ୍ ଭୂବନେଶ୍ବର କଳିଙ୍ଗ ତରଫରୁ ଭୂବନେଶ୍ବରର ହୋଟେଲ୍ ସାଫରନ୍ ଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ମାନିତ କରାଯାଇଅଛି।