ଝୁଙ୍ଗାପାଳି ଛକରେ ବେଆଇନ ଭାବେ ଗଂଜେଇ ଚାଲାଣ କରୁଥିବା ବ୍ୟକ୍ତିକୁ ଗିରଫ କଳା ମେଲଛାମୁଣ୍ଡା ପୁଲିସ | ଶୁକ୍ରବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଏନେଇ ସୂଚନା ଦେଲା ମେଲଛାମୁଣ୍ଡା ପୋଲିସ |ସୂଚନା ଅନୁସାରେ ତାଳମେଣ୍ଡାରୁ ଦିପ୍ତୀପୁର ରାସ୍ତା ଦେଇ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତିକୁ ଗତକାଲି ପୋଲିସ ନାକାରେ ଝୁଙ୍ଗାପାଳିରେ ଗିରଫ କରିଛି | 1 kg 825 ଗ୍ରାମ ଗଞ୍ଜେଇ ଜବତ କରିବା ସହ ବ୍ୟକ୍ତିକୁ ଗିରଫ କରିଛି ମେଲଛାମୁଣ୍ଡା ପୋଲିସ | ତେବେ ପୋଲିସ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଈଁ ଚଢ଼ାଉ କରିଥିଲେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ |