ଢ଼େଙ୍କିକୋଟ ଜଙ୍ଗଲ ସେକ୍ସନ ନିକଟ ବିଜାନାଳୀରୁ କାଠ ବୋଝେଇ ଟ୍ରକ OD09AB2235 କୁ ବନ ବିଭାଗ ଜବତ କରିଛି। କେନ୍ଦୁଝର ବନଖଣ୍ଡ ଅଧୂକାରୀ ଏଚ୍ ଡୀ ଧନରାଜଙ୍କ ନିର୍ଦେଶରେ ଘଟଗାଁ ରେଞ୍ଜର ସରୋଜ କୁମାର ମିଶ୍ର, ବନପାଳ ବିଶ୍ବ ମୋହନ ମିଶ୍ର, ଜ୍ୟୋକିକୋଟ ବନପାଳ ଅକ୍ଷୟ କୁମାର ମହାନ୍ତି, ପିପିଳିଆ ବନରଖ୍ ଶିବ ହାଁସଦା ଏବଂ ପାରା ଷ୍ଟାଫ ଚଢ଼ାଉ କରି ଟ୍ରକ କୁ ଜବତ କରିଥିବା ସୂଚନା ମିଳିଛି। ଟ୍ରକରେ ୩୩ ଟନ ଇଉକାଲିପଟାସ କାଠ ଭର୍ତ୍ତି ଥୂଲା।