ସମ୍ବଲପୁର ମ୍ୟୁନିସିପାଲଟି: ନନ୍ଦପଡା ବଂବରାଡ ବାଲୁଙ୍କେଶ୍ୱର ମନ୍ଦିରରେ ପବିତ୍ର କାର୍ତ୍ତିକ ମାସ ଓ କାର୍ତ୍ତିକ ପୁର୍ଣ୍ଣମୀ ଉପଲକ୍ଷେ ଭାଗବତପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ
ସ୍ଥାନୀୟ ନନ୍ଦପଡା ସ୍ଥିତ ବଂ ବରାଡ ବାଲୁଙ୍କେଶ୍ୱର ମନ୍ଦିର ଠାରେ ପବିତ୍ର କାର୍ତ୍ତିକ ମାସ ଓ କାର୍ତ୍ତିକ ପୁର୍ଣ୍ଣମୀ ଉପଲକ୍ଷେ ଚତୁର୍ଦ୍ଦଶୀ ତିଥିରେ ମଙ୍ଗଳବାର ଦିନ ସାମୁହିକ ଭାଗବତ ପାଠ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଧାର୍ମିକ ଅନୁଷ୍ଠାନରେ ଭୁବନ ମୋହନ ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ୬୧ ଜଣ ବ୍ରାହ୍ମଣ ମାନଙ୍କ ଦ୍ୱାରା ଭାଗବତ ପାଠ କରାଯାଇଥିଲା । ଏଥି ସହ ବାବା ବାଲୁଙ୍କେଶ୍ୱରଙ୍କ ରୁଦ୍ରାଭିଷେକ, ହୋମ ଯଜ୍ଞ, ପୂଜାର୍ଚ୍ଚନା, ଚଣ୍ଡୀ ପାଠ, ଗୀତା ପାଠ ପରେ ପୂର୍ଣ୍ଣାହୁତି ସହିତ ପ୍ରସାଦ ବଣ୍ଟନ କରାଯାଇଥିଲା । ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଧାର୍ମି