ସମ୍ବଲପୁର ମ୍ୟୁନିସିପାଲଟି: ଝିର୍ଲାପାଲି ପଞ୍ଚାୟତ ଭାଡିମାଲ ଠାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆୟୁସ୍ମାନ ଆରୋଗ୍ୟ କେନ୍ଦ୍ର ଶିଳାନ୍ୟାସ କଲେ ବିଧାୟକ
ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ଝିର୍ଲାପାଲି ଗ୍ରାମପଞ୍ଚାୟତର ଭାଡ଼ିମାଲ୍ ଠାରେ ଆଜି ଦିନ ୧୨ଘଣ୍ଟା ସମୟରେ ଦୈନିକ ଯତ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ଦୀର୍ଘବର୍ଷ ଧରି ରହିଥିବା ଦାବି ପୁରଣ ହୋଇଥିବା ବିଧାୟକ କହିଛନ୍ତି। ସହ ସ୍ଥାନୀୟ ବାସିନ୍ଦା କିଭଳି ଉତ୍ତମ ସ୍ଵାସ୍ଥ୍ୟ ସେବା ସହ ଉଚ୍ଚ ମାନର ସ୍ଵାସ୍ଥ୍ୟ ସେବା ପାଇବେ ସେନେଇ ସରକାର ଯତ୍ନବାନ ଥିବା ସୂଚନା ଦେଇଛନ୍ତି।