ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ମନମୁଣ୍ଡା ଶଗଡା ରାସ୍ତାର ଶଗଡା ମଦଭାଟି ନିକଟରେ ଆଜି ସଂଧ୍ୟା ସମୟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ସୂଚନା ଅନୁସାରେ ବରଗୋଚ୍ଛା ପଟରୁ ଏକ ବାଇକ ଯୋଗେ ଜଣେ ଯୁବକ ଆସୁଥିବା ବେଳେ ଶଗଡା ମଦଭାଟି ନିକଟରେ ଏକ ଗୋରୁ ପଲ ବାଇକ ସମ୍ମୁଖକୁ ଦୌଡ଼ି ଆସିବାରୁ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା | ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ କୁ ପଠାଇ ଥିଲେ | ଆହତ ଯୁବକ ଜଣକ ବୌଦ୍ଧ ଥାନା ବାମଣ୍ଡା ଗ୍ରାମର ଅନିରୁଦ୍ଧ ଖେତି