ଦେବଗଡ ଟାଉନ ହଲ ଠାରେ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଜାଗରଣ ଆର୍ଟ ଇଂଟରନ୍ୟାସନାଲ’ ଆନୁକୂଲ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ‘ଜାତୀୟ ନାଟକ ଓ ନୃତ୍ୟ ମହୋତ୍ସବ’ର ଦ୍ୱିତୀୟ ସଂଧ୍ୟାରେ ଆଜି ସମ୍ବଲପୁରୀ ନାଟକ ‘ଭାଗ’ ମଂଚସ୍ଥ ହୋଇଥିଲା । ସମ୍ବଲପୁର ନନ୍ଦପଡାର ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ପରିଷଦ ଦ୍ୱାରା ନାଟ୍ୟକାର ସନ୍ତୋଷ କୁମାର ମିଶ୍ରଙ୍କ ରଚିତ ସମ୍ବଲପୁରୀ ନାଟକ ‘ଭାଗ’କୁ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଜୀବନ୍ତ ରୂପ ଦେବା ସହିତ ଦର୍ଶକ ମାନଙ୍କର ମନ ମୋହିବାରେ ସଫଳ ହୋଇଥିଲେ ।