ସୁବର୍ଣ୍ଣପୁର ଜିଲ୍ଲା କୋତସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ଅଘଟଣ, ପଥର ଖସି ଜଣେ ବୃଦ୍ଧା ଗୁରୁତର ଆହତ, ଗୁରୁତର ବୃଦ୍ଧା ଜଣକ ବୌଦ୍ଧ ଜିଲ୍ଲା ସେମେଲପଦର ଗ୍ରାମର ପଞ୍ଚମୀ ମୋଟାରି l ସୂଚନା ଅନୁସାରେ ଆଜି ବୃଦ୍ଧା ଜଣକ ତାଙ୍କ ପରିବାର ସହିତ ପାତାଳୀ ଶ୍ରୀକ୍ଷେତ୍ରକୁ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଯାଇଥିଲେ l ତେବେ ସେଠାରେ ଥିବା ଛଲିଆ ପାହାଡକୁ ଚଡ଼ି ଗୁମ୍ଫାରେ ଥିବା ଜଗନ୍ନାଥ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ହଠାତ୍ ଉପରୁ ଏକ ପଥର ତାଙ୍କ ମୁଣ୍ଡରେ ପଡ଼ି ଯାଇଥିଲା l ସେଠାରୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳକୁ ଆଣି ବା ପରେ ଏମ୍ବୂଲାନ୍ସ ଯୋଗେ ଆଣି ଉଲୁଣ୍ଡା ଡାକ୍ତ